23 ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି । 24 ସାସ୍ତରେ ଲେକାଅଇଲାପାରା,
ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା ।
ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା ।
ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି ।
25 ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି ।
ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ ।