2 ୫:୨ ଜଅନ୍ ୨୧:୧୫-୧୭ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା । 3 ତମେ ଦେକାରକା କର୍ବା ଲକ୍ମନ୍କେ ବାଦିଅ କରାନାଇ । ତାର୍ ବାଦୁଲେ ତମର୍ ନିକ ଚଲାଚଲ୍ତି ଦେକି ସେମନ୍ ସିକତ୍ ।