2 ୫:୨ ଜଅନ୍ ୨୧:୧୫-୧୭ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା । 3 ତମେ ଦେକାରକା କର୍ବା ଲକ୍ମନ୍କେ ବାଦିଅ କରାନାଇ । ତାର୍ ବାଦୁଲେ ତମର୍ ନିକ ଚଲାଚଲ୍ତି ଦେକି ସେମନ୍ ସିକତ୍ । 4 ଆରି ଜେଡେବେଲେ ଜିସୁକିରିସ୍ଟ ଜେ କି ସବୁ ବିସ୍ବାସିମନର୍ ବଡ୍ ନେତା ଦେକାଇ ଅଇସି, ଉଜଲ୍ ଉନା ନ ଅଇବା ଡାକ୍ପୁଟାର୍ ପୁରୁସ୍କାର୍ ତମ୍କେ ଦେଇସି ।
5 ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି ।