9 ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ । 10 ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
Publicidade
Publicidade