7 ମୁଇ ପର୍ମେସର୍ ଟାନେଅନି ବେସି ବଡିଆ ଦର୍ସନ୍ ପାଇଲିଆଚି ବଲିକରି ବଡ୍ପନ୍ ନ ଅଇବାକେ ପର୍ମେସର୍ ମକେ ଦୁକାଇବା ଗଟେକ୍ ରଗ୍ ଦେଲା । ଏ ରଗ୍ ସଇତାନର୍ ଦୁତ୍ପାରା ମାର୍ବାକେ ମର୍ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍ପନ୍ ନ ଅଇ । 8 ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି । 9 ମାତର୍ ସେ ଏନ୍ତାରି କଇଲା, "ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।" ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
Publicidade