6 ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି । 7 ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି ।
Publicidade