13 ତାର୍ପଚେ ତିନ୍ଟା ବେଙ୍ଗ୍ପାରା ଡିସ୍ବା ଅସୁକଲ୍ ଆତ୍ମାମନ୍କେ ମୁଇ ଦେକ୍ଲି । ସେମନ୍ ଅସୁର୍ସାଁପର୍ ଟଣ୍ଡେଅନି, ପସୁର୍ ଟଣ୍ଡେଅନି ଆରି ମିଚ୍ କଇବା ବବିସତ୍ବକ୍ତାର୍ ଟଣ୍ଡେଅନି ବାରଇ ଆଇତେରଇଲାଇ । 14 ସେମନ୍ କାବାଅଇଜିବା କାମ୍ କର୍ବା ଡୁମାମନର୍ ଆତ୍ମାମନ୍ । ଏ ତିନ୍ଟା ଆତ୍ମା ଜଗତେ ରଇବା ସବୁ ରାଜାମନର୍ଟାନେ ଗାଲାଇ । ବେସି ବପୁ ରଇବା ପର୍ମେସରର୍ ବଡ୍ ଦିନର୍ ଜୁଇଦେ ସେ ଆତ୍ମାମନ୍ ସବୁ ରାଜାମନ୍କେ ଟୁଲିଆଇ ଆନ୍ବାଇ ।
15 ୧୬:୧୫ ମାତିଉ ୨୪:୪୩,୪୪; ଲୁକ୍ ୧୨:୩୯,୪୦; ପର୍କାସିତ ୩:୩ ସୁନା, ମୁଇ ଚର୍ ପାରା ଆଇଲିନି । ଜନ୍ ଲକ୍ମନ୍ ଜାଗ୍ରତ୍ ରଇକରି ତାକର୍ ବସ୍ତର୍ ଜାଗର୍ତା କରି ସଙ୍ଗଇବାଇ, ସେମନ୍ କେଡେକ୍ କରମର୍ ଲକ୍ମନ୍ । ମୁଇ ଆଇବା ଦିନେ ସେମନ୍ ଗଟେକ୍ ଡୁମ୍ଣ୍ଡା ଅଇକରି ଏନେତେନେ ବୁଲ୍ବା ଲକ୍ ପାରା ନ ରଏ । ଆରି ସେମନ୍ ଲକ୍ମନ୍କେ ଦେକି ଲାଜ୍ ନ ଅଅତ୍ । 16 ତାର୍ପଚେ ଆତ୍ମାମନ୍ ସବୁ ରାଜାମନ୍କେ ଗଟେକ୍ ଜାଗାଇ ଟୁଲିଆଇ ଆନ୍ଲାଇ । ଏବ୍ରି ବାସାଇ ସେ ଜାଗାର୍ ନାଉଁ ଅଇଲାନି ଅମିଗର୍ଦନ୍ ।