12 ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା । 13 ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ ।
Publicidade
Publicidade