22 ପିତର୍ କଇଲା, "ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ । 23 ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ । 24 ମାତର୍ ପରମେସର୍ ଜିସୁକେ ମଲାଟାନେଅନି ଆରି ତରେକ୍ ଉଟାଇଲା । ମରନର୍ ବପୁତେଇଅନି ତାକେ ମୁକ୍ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍ଲାଇ ।
Publicidade
Publicidade