22 ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇଁ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି । 23 ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।"
Publicidade
Publicidade