13 ୩:୧୩ ଏପିସିୟ ୪:୩୨ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ । 14 ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।