2 ୪:୨ କଲସିଅ ୩:୧୨,୧୩ତମେ ଲକ୍ମନର୍ ସଙ୍ଗ୍ ମିସାବିଡା ଅଇଲାବେଲେ, ପୁରାପୁରୁନ୍ ଦରମ୍ ଅଇ ସୁଆଲେ ରୁଆ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାର୍ପାଇ ସାଆସ୍ ଅଇ, ମୁର୍ଚିକରି ରୁଆ । 3 ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।