22 ୪:୨୨ କଲସିଅ ୩:୯ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । 24 ୪:୨୪ କଲସିଅ ୩:୧୦ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।