28 ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । 29 କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି । 30 କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
31 ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ । 32 ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି । 33 ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।