ପରମେସରର୍ ଲଗେ ଆଇବାଟା
19 ଏ ମର୍ ବାଇବଇନିମନ୍, ଜିସୁର୍ ମରନର୍ ଲାଗି ଆମେ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଆମ୍କେ ଅଦିକାର୍ ଆଚେ । 20 କାଇକେବଇଲେ, ତାର୍ ଗାଗଡ୍ ସର୍ପି ଅଇଲାକେ ପାର୍ଦାବାଟେ ଆମ୍କେ ନୁଆ ଆରି ଜିବନ୍ ରଇବା ବାଟ୍ ଉଗାଡିଦେଲା ଆଚେ । 21 ଆରି ସେତ୍କିସେ ନଏଁ, ଆମ୍କେ ଏବେ ଗଟେକ୍ ବଡ୍ ପୁଜାରିଆଚେ । ଜେ କି ପରମେସର୍ ଗରର୍ ଅଦିକାରେ ରଇବା ଲକ୍ । 22 ସେଟାର୍ପାଇଁ ତେବେ ଆସା, ଆମେ ସତଇସେ ମନ୍କରି ଆରି ଡାଟ୍ସଙ୍ଗ୍ ବିସ୍ବାସ୍ କରି ପର୍ମେସରର୍ ଲଗେ ଜୁ । ଆମର୍ ବିବେକ୍ ଆମ୍କେ ଦସ୍ ନ ଦେଲାପାରା କିରିସ୍ଟର୍ ବନିସଙ୍ଗ୍ ଚିଚିଅଇକରି ଦଇଅଇ ରଇବାର୍ ଆଚେ । ଆରି ଆମର୍ ଗାଗଡ୍ ସୁକଲ୍ ପାନିସଙ୍ଗ୍ ଦଇଅଇଲାପାରା ରଇବାର୍ ଆଚେ ।