9 ଜିସୁ ତାକେ କଇଲା, "ପିଲିପ୍ ଏତ୍କି ଦିନ୍ ମୁଇ ତମର୍ ସଙ୍ଗ୍ ରଇଲି, ତୁଇ ମକେ ଚିନି ନାପାର୍ଲୁସ୍ କି ?" ଜେ ମକେ ଦେକ୍ଲା ଆଚେ ସେ ମର୍ ବାବା ପର୍ମେସର୍କେ ଦେକ୍ଲା ଆଚେ । କେନ୍ତି ଆମ୍କେ ତର୍ ବାବାକେ ଦେକାଇ ଦେ ବଲି କଇଲୁସ୍ନି ? 10 ତୁଇ ବିସ୍ବାସ୍ କୁରୁସ୍ ନାଇ କି ପିଲିପ୍ ? ମୁଇ ବାବାର୍ ତେଇ ଆଚି ଆରି ବାବା ମର୍ଟାନେ ଆଚେ । ମୁଇ ତମ୍କେ ଜନ୍ କାତା ସବୁ କଇଲିଆଚି, ସେ ସବୁ କାତା ମର୍ ନିଜର୍ତେଇଅନି କଇନାଇ । ମାତର୍ ବାବା ମର୍ତେଇ ରଇକରି ତାର୍ କାମ୍, ମର୍ଟାନେଅନି କଲାନି ।
Publicidade