ଜିସୁ ଆରି ପିତର୍
15 ସେମନ୍ କାଇଲା ପଚେ ଜିସୁ ସିମନ୍ ପିତର୍କେ କଇଲା, "ଜଅନର୍ ପଅ ସିମନ୍, ତୁଇକାଇ ଏମନର୍ତେଇଅନି ମକେ ଅଦିକ୍ ଆଲାଦ୍ କଲୁସ୍ନି କି ?" ପିତର୍ କଇଲା,
"ଉଁ ମାପ୍ରୁ ମୁଇ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।"
ଜିସୁ ତାକେ "ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି ଜତନ୍ କର୍ ।" ବଲି କଇଲା ।
19 ସେ କେନ୍ତାରି ଅଇ ମରିକରି ପର୍ମେସରର୍ ଡାକ୍ପୁଟା କର୍ସି, ସେଟା ଜାନାଇବାକେ ଜିସୁ ଏନ୍ତାରି କଇଲା । ଏନ୍ତି କଇ ସାରାଇ ସେ ପିତର୍କେ କଇଲା "ମର୍ ସଙ୍ଗ୍ ଆଉ ।"