ଜିସୁ ବନ୍ଦ୍ଟାନେ ଗଟେକ୍ ରଗିକେ ନିକ କଲା
1 ତାର୍ ପଚେ ଜିଉଦିମନର୍ ଗଟେକ୍ ମୁକିଅ ପରବ୍ ରଇଲା । ସେଟାର୍ ପାଇ ଜିସୁ ଜିରୁସାଲାମ୍ ଗାଲା । 2 ଜିରୁସାଲାମର୍ ମେଣ୍ଡା ଦୁଆର୍ ଲଗେ ଗଟେକ୍ ବନ୍ଦ୍ ରଇଲା । ସେଟାକେ ଏବ୍ରି ବାସାଇ ବେତେସ୍ଦା ବଲି କଇବାଇ । ତେଇ ପାଁଚ୍ଟା ମଣ୍ଡପ୍ ରଇଲା । 3 ସେ ମଣ୍ଡପ୍ ମନର୍ଟାନେ କେତେକ୍ କେତେକ୍ ଜର୍ଦୁକା ଅଇଲା ଲକ୍ମନ୍ ରଇତେ ରଇଲାଇ । ରଗିମନର୍ ବିତ୍ରେଅନି କାଣା, ଚଟା, ଆରି କେତେକ୍ ଅଦୁଆ ରଗିମନ୍ ରଇଲାଇ । 4 କାଇକେବଇଲେ କେଡେ କେଡେବଲ୍ ପର୍ମେସରର୍ ଗଟେକ୍ ଦୁତ୍ ଆସିକରି ସେ ବନ୍ଦର୍ ପାନି ଅଲ୍କା କର୍ତେ ରଇଲା । ଆରି ସେ ଅଲ୍କା ଅଇଲାପଚେ, ଜନ୍ ଲକ୍ ପର୍ତୁମ୍ ଜାଇତେ ରଇଲା, ତାକେ କାଇ ରଗ୍ ଅଇରଇଲେ ମିସା ନିମାନ୍ ଅଇଜାଇତେରଇଲା । 5 ତାକର୍ ବିତ୍ରେ ତିରିସ୍ ଆଟ୍ ବରସ୍ ଜାକ ଡୁଲିରଇବା ଗଟେକ୍ ରଗି ଲକ୍ ରଇଲା । 6 ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍ ବେସି ବରସର୍ ରଗି ବଲି ଜାନି ତାକେ ପାଚାର୍ଲା "ତମେ କାଇ ନିମାନ୍ ଅଇବାକେ ମନ୍ କଲାସ୍ନି କି ?"
7 ସେ ରଗି ଲକ୍ ଜିସୁକେ କଇଲା, "ଏ ଆଗିଆଁ ପାନି ଅଲ୍କା କଲାବେଲେ, ସେ ବନ୍ଦ୍ ବିତ୍ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍ ବିତ୍ରେ ଜିବାକେ ଚେସ୍ଟା କଲାବେଲେ ବିନ୍ ଲକ୍ ମର୍ ଆଗ୍ତୁ ଉଟିଜିବାଇ ।"
8 ଜିସୁ ତାକେ କଇଲା, "ଉଟି ଟିଆଅ, ଆରି ତର୍ ଟାଟି ଦାରି ଇଣ୍ଡିଜା ।" 9 ସେ ଦାପ୍ରେ ସେ ଲକ୍ ନିମାନ୍ ଅଇଗାଲା ଆରି ନିଜର୍ ଟାଟି ଦାରିକରି ଇଣ୍ଡ୍ବାର୍ ଦାର୍ଲା । ସେ ଦିନ୍ ବିସ୍ରାମ୍ବାର୍ ରଇଲା ।