53 ଜିସୁ ସେମନ୍କେ କଇଲା, "ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ । 54 ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି ।