4 "ଜଦି ତମର୍ ବିତ୍ରେ ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସେ ବିତ୍ରେଅନି ଗଟେକ୍ ଆଜିଜାଇସି ବଇଲେ ତମେ କାଇଟା କର୍ସା ? ସେ ନବେ ନଅଟା ମେଣ୍ଡାମନ୍କେ ଚାରତ୍ବଲି ଚାଡିଦେଇ, ଆଜିଗାଲା ଗଟେକ୍ ମେଣ୍ଡା ମିଲ୍ବାଜାକ ନ କଜାସ୍ କି ? 5 ଆରି ଜେଡେବଲ୍ ସେ ମେଣ୍ଡା ମିଲାଇସି, ବେସି ସାର୍ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା । 6 ତମେ ଗରେ କେଟ୍ଲା ପଚେ, ତମର୍ ମଇତର୍ମନ୍କେ ଆରି ଗର୍ ଲଗର୍ ଲକ୍କେ ଡାକିକରି ‘ମର ସଙ୍ଗ୍ ସାର୍ଦା କରା, କାଇକେବଇଲେ ମର୍ ଆଜିଗାଲା ମେଣ୍ଡା ମିଲ୍ଲା’ ବଲି କଇସା । 7 ସେନ୍ତାରି ମୁଇ ତମ୍କେ କଇଲିନି, ‘ଆମେ ପାପି ଲକ୍ମନ୍ ନଉଁ’ ବଲି ବାବ୍ତେରଇବା ନବେ ନଅଟା ଦରମ୍ ଲକ୍ମନ୍ ରଇଲେମିସା ଗଟେକ୍ ପାପି ଲକ୍ ନିଜେ ‘ମୁଇ ଗଟେକ୍ ପାପି’ ବଲି ଏତାଇସି । ପଚେ ମନ୍ବାଦ୍ଲାଇ କରି ପର୍ମେସରର୍ ଲଗେ ଆଇସି । ସେ ନବେ ନଅଟା ଦରମ୍ ଲକ୍ମନର୍ତେଇ ଅନି ଏ ଗଟେକ୍ ଲକର୍ ପାଇ ସର୍ଗେ ଅଦିକ୍ ସାର୍ଦା କର୍ବାଇ ।"