3 ୧୭:୩ ମାତିଉ ୧୮:୧୫ତେବର୍ପାଇ ତମର୍ ଚଲାଚଲ୍ତିତେଇ ବେସି ଜାଗ୍ରତ୍ଅଇ ରୁଆ । ଜଦି ତମର୍ ବାଇ କି ବଇନି ପାପ୍ କଲେ, ସେଟା ନିକ କାମ୍ ନଏଁ ବଲି ଟିକ୍ କରା । ଆରି ସେ କରିରଇବା ବୁଲ୍ ଏତାଇ କରି ମନ୍ ବାଦ୍ଲାଇସି ବଇଲେ, ତାକେ କେମା ଦିଆସ୍ । 4 ଜଦି ସେ ଗଟେକ୍ ଦିନେ ସାତ୍ପାଲି ଜାକ ତମର୍ ବିରଦେ ପାପ୍ କରି, ପଚେ ନିଜର୍ ବୁଲ୍ କଲାଟା ଏତାଇ ମନ୍ ବାଦ୍ଲାଇକରି ତମର୍ ତେଇ ଆସି ଜେତେପାଲି କେମା ମାଗ୍ଲେ, ସେତ୍କିପାଲି ତାକେ କେମା ଦିଆସ୍ ।"