1 ଜିସୁ ଦିନେକ୍ ତାର୍ ସିସ୍ମନ୍କେ ପର୍ମେସର୍କେ ମାଙ୍ଗ୍ବାବେଲେ ନ ତାକି ପାର୍ତନା କରିକରି ରଇବାକେ, ଗଟେକ୍ କାତାନି ବୁଜାଇ କଇଲା, 2 ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା । 3 ସେ ଗଡେ ଗଟେକ୍ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍ କାରିଆର୍ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍ ଲକ୍ ମର୍ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍ତି କର୍ସି । 4 ଏନ୍ତି ବେସି ଦିନ୍ ସେ ବିଚାର୍କାରିଆ ନିଆଇ କର୍ବାକେ ମନ୍ ନ କଲେ ମିସା, ସେ ଦିନ୍କେ ଆସି ବେମ୍ଜା କର୍ତେରଇଲା । ମାତର୍ ସେ ବିଚାର୍କାରିଆ ଲକ୍ ମନେ ମନେ ବାବ୍ଲା, "ମୁଇ ପର୍ମେସର୍କେ ଡରି ନାଇକି ଲକ୍ମନ୍କେ ନାମି ନାଇ । 5 ମାତର୍ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍ଜା କଲାନି । ସେଟାର୍ପାଇଁ ତାକେ ନିଆଇ ମିଲ୍ଲା ପାରା ବିଚାର୍ କର୍ବି । କାଇକେ ବଇଲେ ଏନ୍ତି ବିଚାର୍ ନ କଲେ ସେ ସବୁଦିନ୍ ଆସି ମକେ ବେମ୍ଜା କର୍ତେ ରଇସି ।"
6 ତେଇ ମାପ୍ରୁ କଇଲା, "ଏ ଅନିଆଇ ବିଚାର୍କାରିଆ କାଇଟା କର୍ବାକେ ବାଚ୍ଲା, ସେଟା ତମେ ସିକା । 7 ସେନ୍ତି ଲାଚୁଆଁ ବିଚାର୍କାରିଆ ସେ ରାଣ୍ଡିମାଇଜିର୍ ବିଚାର୍ କଲା । ସେନ୍ତାର୍ ଆଲେ, ତାର୍ତେଇଅନି କେତେ ନିମାନ୍ ଇସାବେ ପର୍ମେସର୍ ସେ ବାଚ୍ଲା ଲକ୍ମନର୍ ଦିନ୍ରାତିର୍ ପାର୍ତନା ସୁନି ନିମାନ୍ ନିଆଇ ବିଚାର୍ କର୍ସି । ସେମନ୍କେ ସାଇଜ କର୍ବାକେ ସେ ଅଲ୍ସମ୍ ନ କରେ । 8 ମୁଇ ତମ୍କେ କଇଲିନି, ସେ ଦାପ୍ରେସେ ତାର୍ ଲକ୍ମନର୍ପାଇ ନିମାନ୍ ନିଆଇବିଚାର୍ କର୍ସି । ମାତର୍ ପର୍ମେସର୍ ଟାନେଅନି ଆଇଲା ନର୍ପିଲା ମୁଇ ଆରିତରେକ୍ ଆଇବାବେଲେ ଏ ଦୁନିଆଇ, ମକେ ବିସ୍ବାସ୍ କର୍ବା ଲକ୍ମନ୍କେ ଦେକ୍ବି କି ନାଇ ?"