34 ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, "ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି । 35 କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।"
Publicidade