ଜିସୁ ଗଟେକ୍ ରମିୟ ଲକର୍ ଗତି ଦାଙ୍ଗ୍ଡାକେ ନିକ କଲା
1 ଜିସୁ ଲକ୍ମନ୍କେ ସବୁ କାତା କଇ ସାରାଇକରି କପର୍ନାଉମ୍ ସଅରେ କେଟ୍ଲା । 2 ସେବେଲେ ସଏଟା ସନିଅମନର୍ ମୁକିଆର୍ ଗଟେକ୍ ଗତିଦାଙ୍ଗ୍ଡା, ଜର୍ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍ଲକ୍ ପାରା ଆଲାଦ୍ କର୍ତେରଇଲା । 3 ସେ ଜିସୁର୍ ବିସଇର୍ କବର୍ ସୁନି, ଜିସୁ ଜେନ୍ତିକି ଆସି ତାର୍ ଗତିଦାଙ୍ଗ୍ଡାର୍ ଜିବନ୍ ରକିଆ କର୍ସି ବଲି ବାବ୍ଲା । ସେଟାର୍ପାଇଁ ଜିସୁର୍ ଲଗେ କେତେଟା ଜିଉଦି ପାର୍ଚିନ୍ମନ୍କେ ପାଟାଇ ତାକେ ବାବୁଜିଆ କଲାଇ । 4 ପାର୍ଚିନ୍ମନ୍ ଜିସୁର୍ଲଗେ କେଟିକରି ତାକେ ଜୁଆର୍ ବିଆର୍ କରି କଇବାର୍ ଦାର୍ଲାଇ, "ତାର୍ପାଇ ତମେ ଏନ୍ତାରି କରିରଇଲେ, ନିକରଇସି । 5 କାଇକେବଇଲେ ସେ ଆମର୍ ଲକ୍ମନ୍କେ ଆଲାଦ୍ କର୍ସି ଆରି ନିଜେ ସେ ଆମର୍ ସବୁଲକର୍ ପାଇ ପାର୍ତନାଗର୍ ତିଆର୍କରି ଦେଇଆଚେ ।"
6 ତେଇ ଜିସୁ ତାକର୍ ସଙ୍ଗ୍ ଗାଲା । ସେ ଗରେ କେଟ୍ବାକେ କଣ୍ଡେକ୍ ଦୁର୍ ରଇଲାକେ, ସଏଟା ସନିଅମନର୍ ମୁକିଆ ଲକ୍ମନ୍କେ ପାଟାଇ ତାକେ କଇଲା, "ମାପ୍ରୁ, କସ୍ଟ ଉଆନାଇ, କାଇକେବଇଲେ ତମେ ଜେ ମର୍ ଗରେ ପାଦ୍ ପାକାଇସା, ମର୍ ଏନ୍ତାରି ବାଗିଅ ନାଇ । 7 ଏଟାର୍ପାଇ ମୁଇ ତମର୍ଟାନେ ଆଇବାକେ ମନ୍ କରିନାଇ । ମାତର୍ ଗଟେକ୍ ପଦ୍ ଆଦେସ୍ କରା, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି । 8 ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।"
9 ଜିସୁ ତାର୍ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍ ପଚେ ଆଇତେରଇବା ଲକ୍ମନ୍କେ କଇଲା, "ମୁଇ ତମ୍କେ କଇଲିନି, ଇସ୍ରାଏଲ୍ ବିତ୍ରେ ମିସା ଏତେକ୍ ବଡ୍ ବିସ୍ବାସି ନ ମିଲତ୍ ।"
10 ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।