24 ଜଅନର୍ ସିସ୍ମନ୍ ବାଉଡିଗାଲାପଚେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇବାର୍ଦାର୍ଲା, "କାଇଟା ଦେକ୍ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍ ? କାଇ ପବନେ ଜୁଲ୍ତେରଇବା ବାଉଁସ୍ ନାଲା ? 25 ସେଟା ନଇଲେ ତମେ କାଇଟା ଦେକ୍ବାକେ ବାରଇଜାଇ ରଇଲାସ୍ ? କାଇ ଜବର୍ ଡାବୁଦେଇ ବସ୍ତର୍ ଗେନି ପିନ୍ଦିରଇବା ଗଟେକ୍ ଲକ୍କେ ଦେକ୍ବାକେ ? ଦେକା, ଜନ୍ ଲକ୍ମନ୍ ଜେ କି ସୁନ୍ଦର୍ ବସ୍ତର୍ ପିନ୍ଦିକରି, ସୁକର୍ ସଙ୍ଗ୍ ଦିନ୍ ବିତାଇବାଇ, ସେମନ୍ ତା ରାଜାର୍ ନଅରେ ରଇବାଇ । 26 ସେନ୍ତାର୍ ନଇଲେ କାଇକେ ବାରଇ ଜାଇରଇଲାସ୍ ? କାଇ ଗଟେକ୍ ବବିସତ୍ବକ୍ତାକେ ଦେକ୍ବାକେ ? ମୁଇ ତମ୍କେ ସତ୍ କଇଲିନି, ଜଅନ୍ ବବିସତ୍ବକ୍ତାମନର୍ ତେଇଅନି ମିସା ଅଦିକାର୍ ରଇବା ଲକ୍ ।" 27 ଜାର୍ ବିସଇ ନେଇକରି ଦରମ୍ ସାସ୍ତରେ ଲେକା ଅଇଲା ଆଚେ । ପର୍ମେସର୍ କଇଲା, "ଆମେ ନିଜର୍ ଦୁତ୍କେ ତମର୍ ଆଗେ ପାଟାଇଲୁନି, ସେ ତମର୍ ମୁଆଟେ ତମର୍ପାଇ ବାଟ୍ ତିଆର୍ କର୍ସି, ଏ ସେ ଲକ୍ । 28 ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।"
29 ୭:୨୯ ମାତିଉ ୨୧:୩୨; ଲୁକ୍ ୩:୧୨ ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ । 30 ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।