38 ଆରି ଦେକା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଆଉଲିଅଇ କଇଲା, "ଏ ଗୁରୁ ମୁଇ ତମ୍କେ ବାବୁଜିଆ କଲିନି, ମର୍ ପିଲାକେ ଅଲପ୍ ଦେକି ଦୟାକରା, କାଇକେବଇଲେ ସେ ମର୍ ଗଟେକ୍ ବଲି ପଅ । 39 ଦେକା, ତାକେ ଗଟେକ୍ ଡୁମା ଦାର୍ସି, ଆରି ସେ ଅଟାତ୍ କିର୍କିରି ଉଟ୍ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍ ମୁଏଅନି ପେପୁଲ୍ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍ଟାନେଅନି କସ୍ଟେ ବାରଇଜାଇସି । 40 ତାକେ ଡୁମା ଚାଡାଇବାକେ ବଲି ମୁଇ ତମର୍ ସିସ୍ମନର୍ ଲଗେ ଆନି ଗୁଆରି କରିରଇଲି, ମାତର୍ ସେମନ୍ ନାପାର୍ଲାଇ ।"
41 ଜିସୁ କଇଲା, "ଏରେ କରାପ୍ବାଟେ ଜାଇ ବିସ୍ବାସ୍ ନ କଲା ଲକ୍ମନ୍, କେତେ କାଲ୍ ଆରି ମୁଇ ତମର୍ସଙ୍ଗ୍ ମୁର୍ଚି ରଇବି, ପିଲାକେ ଇତି ଦାରିଆସା ।"
42 ପିଲା ଆଇବାବେଲେ କାର୍ ଆତ୍ମା ତାକେ ବୁଏଁ ଆପ୍ଟିଦେଇ ମଡିପାକାଇଲା, ସେ ଆତ୍ମାକେ ଜିସୁ ଦମ୍କାଇଲା ଆରି ପିଲାକେ ନିକକରି ତାର୍ ବାବାକେ ସର୍ପିଦେଲା । 43 ତେଇ କେବେ ଦେକି ନ ରଇବା ପର୍ମେସରର୍ ବପୁ ଦେକି ସବୁଲକ୍ କାବା ଅଇଗାଲାଇ ।