29 ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ସତ୍ କାତା କଇଲିନି, ଜେ ମର୍ ସଙ୍ଗ୍ ଆଇବାକେ ଆରି ପର୍ମେସରର୍ ନିମାନ୍ କାତା ଜାନାଇବାକେ ଗର୍ ଦୁଆର୍, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ, 30 ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି ।
Publicidade
Publicidade