ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ବଜି କାଇବା ବିସଇ
22 ସିସ୍ମନ୍ କାଇବାକେ ବସ୍ଲାବେଲେ, ଜିସୁ ରୁଟିଦାରିକରି ପର୍ମେସର୍କେ ଜୁଆର୍କଲା ଆରି ସେଟା ବାଙ୍ଗାଇ ସେମନ୍କେ ଦେଇକରି କଇଲା, " ନିଆ ଏଟା ମର୍ ଗାଗଡ୍ ।"
23 ତାର୍ପଚେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି ସବୁ ଲକ୍କେ କାଇବାକେ ଦେଲାଜେ ସେମନ୍ କାଇଲାଇ । 24 ଆରି ସେ ତାର୍ ସିସ୍ମନ୍କେ କଇଲା, ଏଟା ଅଇଲାନି ବେସି ଲକର୍ପାଇ ଜରାଇଲା ମର୍ ବନି । ଏ ବନି ସଙ୍ଗ୍ ପର୍ମେସର୍ ଲକ୍ମନର୍ ସଙ୍ଗ୍ ରାଜିନାମା କଲାନି । 25 ମୁଇ ତମ୍କେ ସତ୍ କାତା କଇଲିନି, "ମୁଇ ପର୍ମେସରର୍ ରାଇଜେ ନୁଆ ଅଙ୍ଗୁର୍ ରସ୍ କାଇବା ଦିନ୍ ନ ଆଇବାଜାକ, ଏଟା ଆରି କେବେ ମିସା ନ କାଇ ।"