3 "ସୁନା ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାର୍ ବାରଇଲା । 4 ସେ ବୁନୁ ବୁୁନୁ କେତେକ୍ ବିଅନ୍ ବାଟେ ଅଦର୍ଲା, ଆରି ଚଡଇମନ୍ ଆସି ସବୁଜାକ ବିଅନ୍ କାଇଦେଲାଇ । 5 ଆରି କେତେକ୍ ବିଅନ୍ ଉନା ମାଟିରଇ ତଲେ ପାକ୍ନା ରଇଲା ବୁଏଁ ଅଦର୍ଲା, ଆରି ମାଟି ଉନା ରଇଲାକେ ଦାପ୍ରେ ଗାଜା ଅଇଲା । 6 ମାତର୍ ବେଲ୍ ଉଦ୍ଲାକେ ଗାଜା ଅଇଲାଟା ପଡି ମସ୍ରିଗାଲା, ଆରି ଚେର୍ ବେଦି ନ ରଇଲାଜେ ସୁକିଗାଲା । 7 ଆରି କେତେକ୍ ବିଅନ୍ କାଟା ବୁଟା ମଜାଇ ଅଦର୍ଲା, ଆରି କାଟା ବୁଟାମନ୍ ଉଟି ବଡିକରି ଗାଜା ଅଇ ସବୁକେ ଚାପି ପାକାଇଲାଇ । ଚାପିଦେଲାକେ କାଇ ଦାନ୍ ମିସା ଅଏ ନାଇ । 8 ମାତର୍ ଆରି କେତେକ୍ ବିଅନ୍ ନିକ ବୁଏଁ ଅଦର୍ଲା ଆରି ଗାଜା ଅଇ ଉଟି ବଡିକରି ତିରିସ୍ ଗୁଣ୍ ସାଟେ ଗୁଣ୍ ଆରି ସଏ ଗୁଣ୍ ଜାକ ପସଲ୍ ଦେଲା ।"
9 ଆରି ଜିସୁ କଇଲା, "ଜାକେ ସୁନ୍ବାକେ କାନ୍ ଆଚେବଇଲେ, ସେ ମନ୍ଦେଇ ସୁନ ।"