ଜିସୁ ଗଟେକ୍ ମଲା ଟକିକେ ଜିବନ୍ ଦେଲା ଆରି ଗଟେକ୍ ରଗି ମାଇଜିକେ ନିମାନ୍ କଲା
21 ଜିସୁ ଡଙ୍ଗା ଲଙ୍ଗି ଜାଇ ଆରିତରେକ୍ ବାଉଡି ଆଇଲାଦାପ୍ରେ, ଜବର୍ଲକ୍ ତାର୍ ଲଗେ ରୁଣ୍ଡ୍ଲାଇ, ଆରି ସେ ସମ୍ଦୁର୍ କଣ୍ଡି ରଇଲା । 22 ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା । 23 ଆରି ବେସି ବାବୁଜିଆ କରି କଇଲା, "ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।"
24 ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।
25 ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । 26 ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । 27 ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, 28 "କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।"
29 ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା । 30 ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, "କେ ମର୍ ଲୁଗା ଚିଇଲା ?"
31 ତାର୍ ସିସ୍ମନ୍ ତାକେ କଇଲାଇ, "ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି ?"
32 ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା । 33 ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା । 34 ଜିସୁ ତାକେ କଇଲା, "ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।"
35 ସେ ଏ କାତା କଇଲା ବେଲେ ଜିଉଦି ମନର୍ ପାର୍ତନା ଚାଲାଉ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, "ତମର୍ ନୁନି ମରିଗାଲାବେ, କାଇକେ ଗୁରୁକେ ଆରି କସ୍ଟ ଦେଲାସ୍ନି ?"
36 ମାତର୍ ଜିସୁ ସେମନ୍ କାତା ଅଇଲାଟା ନ ସୁନ୍ଲାପାରାଅଇ ପାର୍ତନା ଚାଲାଉକେ କଇଲା, "ଡରାନାଇ, ଆବ୍କା ବିସ୍ବାସ୍ କରା ।" 37 ଆରି ପିତର୍, ଜାକୁବ ଆରି ତାର୍ ବାଇ ଜଅନକେ ଚାଡି ଆରି କାକେ ନିଜର୍ ସଙ୍ଗ୍ ଜିବାକେ ଦେଏ ନାଇ । 38 ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା । 39 ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, "କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।" ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
40 ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା । 41 ଆରି ଟକିର୍ ଆତେଦାରି ତାକେ କଇଲା, "ଟଲିତାକୁମ୍ !" ବଇଲେ "ଏ ନୁନି ମୁଇଁ ତକେ କଇଲିନି ଉଟ୍ !"
42 ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ । 43 ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି "ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।" ବଲି କଇଲା ।