11 ମାତର୍ ତମେ ସିକାଇଲାସ୍ନି କି ଜେବେ ବାବାକେ କି ମାକେ କଇସା, "ଜନ୍ଟା ମୁଇ ତମ୍କେ ଦେବାର୍ ରଇଲା ସେଟା କର୍ବାନ୍ ।" କର୍ବାନ୍ ବଇଲେ ମାପ୍ରୁକେ ଆକା ମାନତ୍ କର୍ବାଟା । 12 ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି । 13 ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।
ଗଟେକ୍ ଲକ୍କେ କାଇଟା ଅସୁକଲ୍ କର୍ସି
14 ଜିସୁ ଆରି ତରେକ୍ ଲକ୍ମନ୍କେ ଲଗେଡାକି କଇଲା, "ତମେ ସବୁଲକ୍ ମର୍ କାତା ସୁନା ଆରି ବୁଜା । 15 ଲକର୍ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍ଟା ତାର୍ ବିତ୍ରେ ପୁରି ତାକେ ଅସୁକଲ୍ କରି ପାରେ, ମାତର୍ ଜନ୍ ଜନ୍ଟା ମୁନୁସ୍ମନର୍ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍ କର୍ସି ।