ଗଟେକ୍ ବାଇ ତମର୍ ବିରୁଦେ ପାପ୍ କଲେ
15 ୧୮:୧୫ ଲୁକ୍ ୧୭:୩ "ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା । 16 ଆରି ଜଦି ସେ ନ ସୁନ୍ଲେ, ଗଟେକ୍ ଲକ୍କେ ନଇଲେ ଦୁଇ ଲକ୍କେ ଡାକି ନେଇ ତାର୍ ଲଗେ ଜାଆ । ଆମର୍ ସାସ୍ତର୍ ନିୟମ୍ ଇସାବେ, ଦୁଇଟା ନଇଲେ ତିନ୍ଟା ସାକିର୍ ମୁଆଟେ ତମର୍ ଦାବି ସତ୍ ବଲି ଜାନା ପଡ୍ସି । 17 ଏଲେ ମିସା ଜଦି ସେ ତମର୍ କାତା ନ ସୁନେ, ମଣ୍ଡଲିତେଇ ଜାନାଇ ଦିଆସ୍ । ସାରାସାରି ଜଦି ମଣ୍ଡଲିର୍ କାତା ମିସା ନ ସୁନେ ବଇଲେ, ତାକେ ଗଟେକ୍ ସିସ୍ତୁମାଙ୍ଗୁ, ବିସ୍ବାସ୍ ନ କର୍ବା ଲକ୍ ବଲି ବାବିକରି, ତାର୍ ସଙ୍ଗ୍ ମିଲାମିସା କର୍ବାଟା ଚାଡି ଦିଆସ୍ ।