3 ୧୮:୩ ମାର୍କ ୧୦:୧୫; ଲୁକ୍ ୧୮:୧୭"ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ । 4 ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍, 5 ଆରି, ଜେକି ମର୍ ନାଉଁ ଦାରି ଏ ସାନ୍ ପିଲାକେ ନାମ୍ସି, ସେ ମକେ ମିସା ନାମ୍ସି ।"
Publicidade