37 ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା । 38 ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ । 39 ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି । 40 ସେ ବେଲାଇ ପଦାଇ ପାଇଟି କର୍ତେ ରଇବା ଦୁଇ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ବାଚ୍ବାଇ ଆରି ଗଟେକ୍ ଲକ୍କେ ଚାଡିଦେବାଇ । 41 ଗର୍ତେରଇବା ଦୁଇଟା ମାଇଜି ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବାଚି ଅଇସି ଆରି ଗଟେକ୍ ଲକ୍ ରଇଜାଇସି ।
Publicidade
Publicidade