ଜିଉଦାର୍ ମରନ୍
3 ୨୭:୩ ପେରିତ୍ ୧:୧୮,୧୯ ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା, 4 "ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।" ସେମନ୍ କଇଲାଇ, "ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।" 5 ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।