ଜିସୁ ରମିୟ ସନିଅମନର୍ ମୁକିଅର୍ ଗତିଦାଙ୍ଗ୍ଡାକେ ନିକ କଲା
5 ଜିସୁ କପର୍ନାଉମ୍ ସଅରେ କେଟ୍ଲା । ସେଦାପ୍ରେ ଗଟେକ୍ ରମିୟ ସନିଅମନର୍ ମୁକିଅ ତାକେ ବେଟ୍ ଅଇକରି ବାବୁଜିଆ କରି କଇଲା । 6 "ଏ ମାପ୍ରୁ, ମର୍ ଗଟେକ୍ ଗତିଦାଙ୍ଗ୍ଡା ଅଚ୍ନାଇ ଡୁଲିକରି ବେସି କସ୍ଟ ପାଇଲାନି ଉଟେ ନାଇ, ବସେ ନାଇ ।"
7 ଜିସୁ ତାକେ କଇଲା, "ମୁଇ ଆସି ତାକେ ନିକ କର୍ବି ।"
8 ମାତର୍ ମୁକିଅ କଇଲା, "ନାଇ ମାପ୍ରୁ ତମେ ଜେ ମର୍ଗରେ ପାଦ୍ ପାକାଇସା, ଏଟାର୍ପାଇ ମର୍ ଅଦିକାର୍ ନଇ । ତମେ ପଦେକ୍ କଇଦିଆ, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି । 9 କାଇକେବଇଲେ ମୁଇ ମର୍ ଉପ୍ରର୍ ଅଦିକାରିର୍ ତଲେ କାମ୍ କଲିନି, ଅଇଲେ ମିସା ମର୍ ତଲେ କେତେ କେତେ ସନିଅମନ୍ ଆଚତ୍ । ସେମନର୍ ବିତ୍ରେଅନି ଜଦି ମୁଇ ଗଟେକ୍ ଲକ୍କେ ଜାଆ ବଲି ଆଦେସ୍ ଦେଲେ, ସେ ଜାଇସି । ବିନ୍ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍ ଗତି ଦାଙ୍ଗ୍ଡାକେ ଏଟା କର୍ ବଲି କଇଲା ଦାପ୍ରେ ସେ ସେଟା କର୍ସି ।"
10 ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, "ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ । 11 ୮:୧୧ ଲୁକ୍ ୧୩:୨୯ଏ କାତା ତମର୍ ମନେ ର, ପୁରୁବ୍ ଆରି ପସ୍ଚିମ୍ ବାଟର୍ ଦେସେଅନି କେତେ କେତେ ଲକ୍ ସରଗ୍ ରାଇଜେ ଆସି ଅବ୍ରାଆମ୍ ଇସାକ୍ ଆରି ଜାକୁବର୍ ସଙ୍ଗ୍ ବଜିତେଇ ଗଟେକ୍ଟାନେ କାଇବାକେ ବସ୍ବାଇ । 12 ୮:୧୨ ମାତିଉ ୨୨:୧୩;୨୫:୩୦; ଲୁକ୍ ୧୩:୨୮ମାତର୍ ଜନ୍ ଲକ୍ମନ୍ ସରଗ୍ ରାଇଜେ ପୁର୍ବାର୍ ରଇଲାଇ, ସେମନ୍କେ ବାଇରର୍ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍ ଦାଁତ୍ ମୁଣ୍ଡ୍ କାତ୍ରି ମାରିଚପିଅଇ କାନ୍ଦ୍ବାଇ ।" 13 ଜିସୁ ସନିଅମନର୍ ମୁକିଅକେ କଇଲା, "ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।" ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।