6 କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି । 7 ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । 8 ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି । 9 ଜନ୍ ଲକ୍ମନ୍ କାରାପ୍ କାମେ ବୁଡି ଆଚତ୍, ସେମନର୍ ପାଇ କସ୍ଟ ଆରି ଦୁକର୍ ଦିନ୍ ଆଇଲାନି । ସବୁକେ ଆଗ୍ତୁ ଜିଉଦିକେ ଆରି ତାର୍ ପଚେ ଜିଉଦି ନଇଲା ଲକ୍ମନର୍ ପାଇ । 10 ମାତର୍ ଜନ୍ ଲକ୍ମନ୍ ସତ୍ ଇସାବେ କାମ୍ କଲାଇନି, ସେମନ୍ ଜିଉଦି ଅଅତ୍ କି ଜିଉଦି ନଇଲା ଲକ୍ ଅଅତ୍, ସେମନ୍କେ ପରମେସର୍ ଡାକ୍ପୁଟାକରି ସନ୍ମାନ୍ ଆରି ସାନ୍ତି ଦେଇସି । 11 କାଇକେ ବଇଲେ ପରମେସର୍ ଗଟେକ୍ ତୁଲାଇସେ ସବୁର୍ ବିଚାର୍ କର୍ସି ।