12 ତମର୍ ନସିଜିବା ଗାଗଡ୍ ଉପ୍ରେ ଆରି ପାପ୍ ଅଦିକାର୍ ନ କର, ସେଟାର୍ପାଇଁ ଆମର୍ ଏ ଗାଗଡ୍ ମନ୍କର୍ବା କାରାପ୍ ବିସଇ ମାନିକରି ରୁଆନାଇ । 13 କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ । 14 କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
15 ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି ? ନାଇ, କେବେ ମିସା ନଏଁ । 16 ଏଲେ ମିସା ତମେ ଜାନିଆଚାସ୍, ଜଦି ତମେ କାକେ ତର୍ ତଲେ ଆକା ମୁଇ ବଲି କଇକରି ତାର୍ ପୁରାପୁରୁନ୍ କାତାମାନ୍ସା ବଇଲେ, ତମେ ତାର୍ ଗେନ୍ଲା ଗତିଦାଙ୍ଗ୍ଡା । ଜଦି ପାପର୍ ଗତିଦାଙ୍ଗ୍ଡା ଅଇସା, ଏଟାର୍ ଦସା ଅଇସି ମରନ୍, ଜଦି ଦରମର୍ ବାଟେ ଇଣ୍ଡ୍ସା, ବଇଲେ ନ ସାର୍ବା ଜିବନ୍ ପାଇସା । 17 ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି । 18 ଏବେ ତମେ ପାପେଅନି ମୁକ୍ଲିକରି ଦରମର୍ ଗତିଦାଙ୍ଗ୍ଡା ଅଇଆଚାସ୍ ।