ମୁନୁସର୍ ମନେ ଦୁଇମନିଆ
14 ଆମେ ଜାନୁ ଜେ, ନିୟମ୍ ଆତ୍ମାଇ ଆଇସି, ମାତର୍ ମୁଇ ମର୍ ଗାଗଡ୍ ମନ୍ କଲାଟାକେ ମାନ୍ଲାର୍ପାଇ ପାପର୍ ଗତିଦାଙ୍ଗ୍ଡା ଅଇଲିଆଚି । 15 ୭:୧୫ ଗାଲାତିୟ ୫:୧୭ମୁଇ ଜନ୍ଟା କଲିନି, ସେଟା ବୁଜି ନାଇ, ମାତର୍ ଜନ୍ ନିକ କାମ୍ କର୍ବାକେ ମନ୍ କଲିନି ସେଟାସେ କରିନାପାର୍ଲିନି । ଆରି ଜନ୍ କାରାପ୍ କାମ୍ କର୍ବାକେ ମୁଇ ମୁଲ୍କେ ମନ୍ କରି ନାଇ, ସେଟାସେ କଲିନି । 16 ମାତର୍ ମୁଇ ମନ୍ ନ କରି ରଇବା କାମ୍ କର୍ବାର୍ ଲାଗି, ନିୟମ୍ ଟିକ୍ ଆଚେ ବଲି ମାନ୍ଲିନି । 17 ସେଟାର୍ ପାଇ ଏ ସବୁ ଜାକ କାମ୍ ମୁଇ କରି ନାଇ । ମର୍ ବିତ୍ରେ ରଇବା ପାପ୍ସେ ସେଟା କଲାନି ।