17 ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ । 18 ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ ।