3 ଗଟେକ୍ ଗଡାର୍ ବିସଇ ବାବିଦେକୁ । ଜଦି ଗଡା ଆମର୍ କାତା ମାନ୍ବାର୍ ଆଚେ ବଇଲେ, ତାର୍ ଟଣ୍ଡେ ଲାଗନ୍ ଚାବାଇଲୁନି । ଜେନ୍ତାରିକି ଗଡାର୍ ଗୁଲାଇ ଗାଗଡ୍ ମିସା ବୁଲାଇକରି, ଆମେ ଜନ୍ବାଟେ ମନ୍ କର୍ବୁ, ସେବାଟେ ନେଲୁନି । 4 ସେନ୍ତାରିସେ ଗଟେକ୍ ବଡ୍ ପାନିଜାଜର୍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍ ରଇଲେ ମିସା ଜବର୍ ପବନ୍ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍ ଗଟେକ୍ ଜାଜ୍ଚାଲାଉ ସାନ୍ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍ କର୍ସି, ଜାଜ୍ ସେ ବାଟେ ଚାଲାଇ ନେଇସି । 5 ସେ ରକାମ୍ ଆକା ଆମର୍ ଟଣ୍ଡେ ରଇବା ଜିବ୍ ମିସା ଆମର୍ ଗାଗଡର୍ ଗଟେକ୍ ସାନ୍ ଜିନିସ୍, ମାତର୍ ଏଟା ବେସି ବଡ୍ବଡ୍ କାତା କଇସି ।
ଗଟେକ୍ ଡଙ୍ଗରର୍ ବିସଇ ବାବିଦେକା, ସେଟା ବଡେଟା ରଇଲେ ମିସା କଣ୍ଡେକ୍ ଜଇ ଇଙ୍ଗ୍ରା ଲାଗିକରି ସବୁ ପଡାଇଦେଇସି ।
6 ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି ।
7 କାଇକେବଇଲେ ସବୁ ରକାମର୍ ଡଙ୍ଗରର୍ ଜଁତ୍, ଉଡିବୁଲ୍ବାଟାମନ୍, ରାଙ୍ଗିବୁଲ୍ବାଟାମନ୍ ଆରି ପାନିତେଇ ରଇବାଟାମନ୍, ପୁର୍ବେଅନି ଲକ୍ମନ୍ ସେଟାମନ୍କେ ମାନାଇକରି ଆଚତ୍ । 8 ମାତର୍ ଏବେଜାକ ଜିବ୍କେ କେ ମିସା ମାନାଅତ୍ ନାଇ । ତେଇ କାରାପ୍ ବିସଇ ପୁରୁନ୍ ଅଇଆଚେ । ସେ ତାର୍ ନିଜର୍ ମନ୍ କର୍ବା ଇସାବେ ଜାଇସି । ଆରି ମରନ୍ ଡାକିଆନ୍ବା ବିସ୍ ବର୍ତି ଅଇଆଚେ ।