Anjos
Os anjos são seres celestiais criados por Deus para servir, adorar e executar seus propósitos. A Bíblia revela anjos mensageiros, guerreiros e protetores ao longo de toda a história redentora.
ୱାନ୍ ଇକା ଅଡ଼୍ବିନିୱାଲେ ଅରେନ୍ ପ୍ରବୁଦି ଦୁତ୍ ୱାନିଙ୍ଗ୍ ଲବେରୁ ତରାଇଆଜି ଇର୍ହାତ୍, "ଏ ଦାଉଦ କୁଟୁମ୍ତି ଜୋସେପ୍, ମରିୟମ୍ତିଙ୍ଗ୍ ନିଜେଦି ଆଡ଼ି ୱାଜା ଇଡ୍ଦେଙ୍ଗ୍ ତିଲାମା, ଇରିଙ୍ଗ୍ ପବିତ୍ର ଆତ୍ମାଦାନ୍ ୱାଦ୍ ପଟାଦୁ ଆତାମାନାତ୍ ।
ଦୁତ୍ ଆୟା ଆଇମେକାଙ୍ଗ୍ଁ ଇର୍ହାତ୍, "ତିଲାମାଟ୍ ।" ନାନ୍ ନେସ୍ନା, ମିର୍ କ୍ରୁସଦୁ ଡାକାଇଆତି ଜିସୁଙ୍ଗୁଁ ସୁଡ଼୍ଦେଙ୍ଗ୍ ୱାତିମାନିଦେର୍ । ୱାନ୍ ଇବେ ସିଲେନ୍, ୱାନ୍ ଏଣ୍ତେସ୍ ଇର୍ହାମାର୍ହାନ୍, ଆୟାୱାଜା ନିଙ୍ଗିଁତାମାନାନ୍ । ରାଦୁ, ୱାନି ସାତିମାଡ଼ା ଏମେମାନୁ ଇଟ୍ତାମାର୍ହାନ୍, ଆୟା ବାଡି ସୁଡ଼୍ଦୁ ।
ନିନୁ ଇନିକା ନେସ୍ଇ, ନାନ୍ ନା ବୁବେଙ୍ଗ୍ ସାକା ଲସ୍ତିଙ୍ଗ୍, ୱାନ୍ ନା ଉଣ୍ତିଙ୍ଗ୍ ଆୟାଦାପ୍ରେନେ ବାରଗୋଟା ସନ୍ୟ୍ୟଦଲ୍ତି ବାଦୁଲୁ ନାଣ୍ତ ମୁସ୍କୁପୁର୍ତି ଦୁତ୍କାଙ୍ଗ୍ ପୋକ୍ତେଙ୍ଗ୍ ଆଟ୍ନାନ୍ ?
ଆବେଟ୍ ଦୁତ୍ ତାନେଙ୍ଗ୍ ଇର୍ହାତ୍, "ଏ ମରିୟମ୍, ତିଲାମା, ମାତର୍ ନିନୁ ମାପୁରୁମାନୁ ଦୟା ପଇତିମାନି । ମାରି ସୁଡ଼ୁଆ, ନିନୁ ପଟାଦୁ ଆନିନୋ ଅରେନ୍ କଡ଼ ଜନମ୍ ସିନି ମାରି ୱାନି ଦର୍ ଜିସୁ ସିନିଦେର୍ ।
ଆବେଟ୍ ଦୁତ୍ ୱାରିଙ୍ଗ୍ ୱେର୍ତାତ୍, "ତିଲାମାଟ୍, ସୁଡ଼ୁଦୁ, ନାନ୍ ୱିଜୁ ଲୋକା ନାଣ୍ତ ୱେଡ଼ିକାଦି ନେଗି କାବୁର୍ ମିଙ୍ଗିଁ ୱେର୍ସିନା,
"ମୁସ୍କୁପୁର୍ତୁ ମାପୁରୁଦିଙ୍ଗ୍ ମହିମା ଆପିତ୍,
ମାରି ଇୟାୱିଜୁ ଦୁନିଆଦି ଏମେ ଲୋକା ମୁସ୍କୁ ମାପୁରୁ ୱେଡ଼ିକା ମାନାନ୍ ଆୟା ଲୋକାମାନୁ ସାନ୍ତି ରାପ୍ତି ।"
ନାନ୍ ମିଙ୍ଗିଁ ୱେର୍ସିନା, ଇୟାୱାଜାନେ ଏନ୍ ମନତିଙ୍ଗ୍ ଡ଼େପ୍ତିଙ୍ଗ୍, ଇୟାୱାଜା ଅରେନ୍ ପାପି ଉଣ୍ତିଙ୍ଗ୍ ମାପୁରୁଦି ଦୁତ୍କୁ ୱେଡ଼ିକାକିନେ ।"
ୱାନ୍ ମୁସ୍କୁ ସୋରି ୱେନ୍କା ବା ୱାର୍ ତିର୍ତାନ୍ ସୁଡ଼ୁଜି ବାଦ୍ଡ଼ତିଙ୍ଗ୍ ବେସ୍ସି ତେବାତାମାର୍ହାର୍ । ଅଡ଼ିନିଆଙ୍ଗିଁ ଆରାତିକାର୍ ରିଏର୍ ଲୋକୁ ଆୟାଦାପ୍ରେନେ ୱାରି ଲାକ୍ତୁ ୱାଜି, ନିର୍ହା ଇର୍ହାନ୍, "ଏ ଗାଲିଲିଦି ଲୋକୁ, ଏନ୍ଦା ଇବେନୁ ନିର୍ଦେର୍ନୋ ବାଦ୍ଡ଼ତିଙ୍ଗ୍ ବେସ୍ସିନିଦେର୍ ? ଏ ଜିସୁ ମି ଲାକ୍ତୁରାନ୍ ସୋଲ୍ସି ମୁସ୍କୁପୁର୍ତୁ ସର୍ହାନ୍ । ମାତର୍ ୱାନ୍ ଆମା ୱାଜା ମୁସ୍ପୁର୍ତୁ ସନିକା ମିର୍ ସୁଡ଼ୁତିଦେର୍, ଟିକ୍ ଆୟାୱାଜା ୱାନ୍ ମାରିଡ଼େସି ୱାନାନ୍ ।"
କ୍ରିସ୍ତ ବିସ୍ବାସି ତୋଡ଼ାନ୍କୁ ନି ତାଙ୍ଗିଁକ୍ ନିଜେନିଜେଦିଙ୍ଗ୍ ଜିବନ୍ନୋଜି ମାଣ୍ତ୍ରୁ । ୱାଜିମାନି ଲୋକାଙ୍ଗ୍ ମି ଇଲୁତୁ କୁକ୍ତୁ । ଇକା କିନି ମାଡ଼ାନ୍ ଏନ୍ ଏନ୍ ନେସ୍ଏଣ୍ଗା ମୁସ୍କୁପୁର୍ତି ଦୁତ୍କାଙ୍ଗ୍ ସେବାକିତାମାନାର୍ ।
ଜଦି ନାନ୍ ଲୋକୁ ମାରି ଦୁତ୍କା ବାସାଦାନ୍ ୱାର୍ଗିନା, ମାତର୍ ନା ଜିବନ୍ନୋନିକା ତେବାଏତ୍, ଆର୍ତିଙ୍ଗ୍ ନାନ୍ ଆଉଲିଆଜିମାନି ଗଣ୍ଟା ମାରି ଜମ୍ ଜମ୍ ଆଉଲିଆଜିମାନି ଉନ୍ଡ୍ରି ପାପୁଡ଼ିଡାକ୍ନି ୱାଜା ଆତାମାନା ।
ମା ଦାର୍ମୁବିସ୍ବାସ୍ତି ଇୟା ପେରିବିସୟ୍ ଏନ୍ ମାନାଦେଙ୍ଗ୍ ଆଟ୍ଏନ୍ :
କ୍ରିସ୍ତ ଲୋକା ମେନ୍ଦଲ୍ ଆସ୍ସି ରେତାତାନ୍,
ମୁସ୍କୁପୁର୍ତି ଦୁତ୍କୁ ମାଣୁକୁ ତରାୟ୍ଆତାନ୍,
ଆତ୍ମାଦୁ ଦାର୍ମିକ ଇଜି ପାର୍ମାଣ୍ କିଆୟାଆତାନ୍,
ୱିଜୁଜାତିଦି ଲଇ ୱାନି ନେଗିକାବୁର୍ ପ୍ରଚାର୍ ଆତାତ୍,
ସାରାଦୁନିଆଦି ୱିଜୁତରିନ୍ ୱାନ୍ ବିସ୍ବାସ୍ ଆଜି
ଗୌରବ୍ତାନ୍ ମୁସ୍କୁପୁର୍ତୁ ମୁସ୍କୁ ସର୍ହାନ୍ ।
ନାସ୍ତିୱାଲେ ପେରି ବଲ୍ତାନ୍ ଉନ୍ଡ୍ରି ଆଦେସ୍ ଆନାତ୍, ପେରି ମୁସ୍କୁପୁର୍ତି ଦୁତ୍ତି ବଲୁ ୱେନିଦେର୍, ମାପୁରୁଦି ମରିବାଜା ଆଉଲି ୱେନିଦେର୍ ମାରି ପ୍ରବୁ ମୁସ୍କୁପୁର୍ତାନ୍ ରେସିୱାନାନ୍ । କ୍ରିସ୍ତମାନୁ ବିସ୍ବାସ୍ କିଜି ଆମାକାର୍ ସାତାମାନାର୍, ୱାର୍ ଆଗ୍ଡ଼ି ଜିବନ୍ଆଜି ନିଙ୍ଗିଁନାର୍; ତାନେୱେନ୍କା ମାଡ୍ ଆମାକାର୍ ଆୟା ସମୟ୍ତୁ ଜିବନ୍ ତେବାନାମାନାପ୍, ବାଦ୍ଡ଼ତୁ ୱାରି ୱାଲେ ନିଙ୍ଗିଁଜି ୱାର୍ ବାଦଡ଼୍ତି ଦୁରିଦୁ ପ୍ରବୁଦି ୱାଲେ ବେଟ୍ଆନାର୍, ତାନେୱେନ୍କା ମାଡ୍ ୱିଜୁଦିନ୍ତିଙ୍ଗ୍ ପ୍ରବୁଦି ୱାଲେ ମାନିକା ।
ଏମେକାର୍ ଜିଣାନାର୍, ୱାର୍ ଇୟାୱାଜା ଅଡ଼ିନି ଆଙ୍ଗିଁଙ୍ଗ୍ ଆରାନାର୍ । ଜିବନ୍ ବଇଦାନ୍ ୱାରି ଦରୁ ଏସାଙ୍ଗ୍ବା ମାର୍ଗେଏତ୍, ମାରି ମା ବୁବା ମାରି ୱାନି ଦୁତ୍କା ଆଗ୍ଡ଼ି ୱାରିଙ୍ଗ୍ ନା ୱେନ୍କାୱାନିକାର୍ ଇଜି ନାନ୍ ମାନାନା ।
ନାନୁ ସତ୍ତାନ୍ ନେସ୍ତାମାନା ଜେ ୱାନି ଜିବନ୍ନୋନି ମାଣାନ୍ ଏସାଙ୍ଗ୍ ୱେର୍ଏ ଆଏଟ୍ । ସାନିକା ନୋ ଜିନିକା, ମୁସ୍କୁପୁର୍ତି ଦୁତ୍ ମାରି ମୁସ୍କୁପୁର୍ତି ଇନି ପେରିକାତ୍ ମାରି ସାକ୍ତି, ଇଲେଇ ମାରି ୱାନିଦିନ୍, ମୁସ୍କୁରିକା କି ଆଡ୍ଗିରି ଇନି ବିସୟ୍ ୱିଜୁ ତିଆର୍ ଆତିମାନୁ ଇୟାୱାଜା ଇନି ବିସୟ୍ ସିଲେତ୍, ଆମାକା ପ୍ରବୁ ଜିସୁ କ୍ରିସ୍ତ ମାଣାନ୍ ତରାତି ମାପୁରୁଦି ଆୟା ଜିବନ୍ତାନ୍ ମାଙ୍ଗିଁ ୱେର୍ଏ କିଦେଙ୍ଗ୍ ଆଟ୍ଏନ୍ !