Espírito
O espírito humano é a parte mais profunda do nosso ser — onde Deus habita, onde a fé se ancora e de onde brota a verdadeira adoração. A Bíblia nos chama a viver pelo Espírito.
A natureza do espírito
O espírito está pronto, mas a carne é fraca. A batalha entre carne e espírito é constante e exige vigilância.
ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।"
"ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।"
ଲକର୍ ଚଲନ୍ ସୁକଲ୍ଆତ୍ମାର୍ ବିରଦି । ସେନ୍ତି ସେ ସୁକଲ୍ଆତ୍ମା ମନ୍ କର୍ବାଟା, ଲକର୍ ଚଲନର୍ ବିରଦି । ଏମନ୍ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସତ୍ରୁ । ସେଟାର୍ ପାଇ ତମେ କାଇଟା କର୍ବାକେ ମନ୍ କଲାସ୍ନି ସେଟା କରି ନାପାରାସ୍ ।
ମର୍ କଇବା କାତା ଅଇଲାନି, କେନ୍ତି ଚଲାଚଲ୍ତି କର୍ବାର୍ ସେଟା ସୁକଲ୍ଆତ୍ମା ତମ୍କେ ସିକାଅ । ସେନ୍ତି ବଇଲେ, ତମେ ଆରି ଲକର୍ ଚଲନ୍ ଆରି ଲାଲ୍ସା ବାଟେ ନ ଜାଆସ୍ ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
ଜଦି ଆମେ ସୁକଲ୍ଆତ୍ମାଇଅନି ଜିବନ୍ ପାଇଆଚୁ, ତେବେ ଆତ୍ମାର୍ ଇସାବେ ଚଲାଚଲ୍ତି କରୁ ।
ମୁନୁସର୍ ଚଲାଚଲ୍ତି ଇସାବେ ଗାଲେ ମରନର୍ ଦସା ଅଇସି, ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ ଗାଲେ ଜିବନ୍ ଆରି ସାନ୍ତି ମିଲ୍ସି ।
O Espírito de Deus em nós
Vosso corpo é templo do Espírito Santo. Deus fortalece com poder no homem interior pelo seu Espírito.
ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
ମୁନୁସ୍ କର୍ବା ଚିନ୍ତା ସବୁ ତାର୍ ବିତ୍ରେ ରଇବା ଆତ୍ମାକେ ଚାଡ୍ଲେ ଆରି କେ ମିସା ନାଜାନତ୍ । ସେନ୍ତିସେ ପର୍ମେସରର୍ ସବୁ ଚିନ୍ତା କଲାଟା ତାର୍ ଆତ୍ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍ ।
ତେବେ ମୁଇ କାଇଟା କର୍ବି ? ମର୍ ଆତ୍ମାଇ ପାର୍ତନା କର୍ବି, ମାତର୍ ବୁଜ୍ଲା ପାରା ମିସା ପାର୍ତନା କର୍ବି । ମର୍ ଆତ୍ମାଇ ଗିତ୍ କଇବି । ମାତର୍ ବୁଜ୍ଲାପାରା ମିସା ଗିତ୍ କଇବି ।
ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି । ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା ।
ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କୁରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି ।
କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି । ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି ।
ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି ।
କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି ।
ମାତର୍ ତମର୍ ବିତ୍ରେ କିରିସ୍ଟ ବାସାଅଇ ରଇସି ବଇଲେ, ତମର୍ ଗାଗଡ୍ ପାପେ ନସ୍ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍ଆତ୍ମା ତମ୍କେ ଜିବନ୍ ଦାନ୍ ଦେଇସି । କାଇକେ ବଇଲେ ତମେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ଆଚାସ୍ ।
ଜନ୍ ଲକ୍ମନ୍ ପରମେସରର୍ ଆତ୍ମା ଇସାବେ ଚାଲ୍ଲାଇନି, ସେମନ୍ସେ ପରମେସରର୍ ପିଲାଟକି ।
ଆମ୍କେ ବପୁ ନାଇ, ମାତର୍ ସୁକଲ୍ଆତ୍ମା ଆମ୍କେ ସାଇଜ କର୍ସି । କେନ୍ତାରି ପାର୍ତନା କର୍ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍ ପାଇ ଜନ୍ଟା ଆମେ କଇ ନାପାର୍ଲୁନି, ସେଟା ସୁକଲ୍ ଆତ୍ମା ନିଜେ ଆମର୍ପାଇଁ "ଆନା, ଆୟା !" ଅଇକରି ପରମେସର୍କେ ଗୁଆରି କର୍ସି ।
ନିସତ୍ ନଅଇକରି ଲାଗିରୁଆ । ଜିବନ୍ ପରାନ୍ ଦେଇକରି ପର୍ମେସର୍କେ ସେବା କରା ।
ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।
Vida no Espírito
Deus é Espírito e importa que os que o adoram o adorem em espírito e em verdade. O Espírito vivifica e transforma.
ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।"
ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି । ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।"
ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି ।
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
ଆରି ମୁଇ ସାର୍ଦା ଅଇତେରଇବି । କାଇକେବଇଲେ ତମେ ମର୍ପାଇ ପାର୍ତନା କଲାସ୍ନି ବଲି ମୁଇ ଜାନି । ଆରି ଜିସୁକିରିସ୍ଟର୍ ସୁକଲ୍ ଆତ୍ମାର୍ ସାଇଜର୍ଲାଗି ପର୍ମେସର୍ ମକେ ମୁକ୍ଲାଇସି ।
ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା କଲାଟା ତମର୍ ବିତ୍ରେ ରଅ ।
Promessas do Espírito
Derramarei o meu Espírito sobre toda a carne. O Espírito revela, guia e capacita os filhos de Deus.
ମୁଇଁ କଇବା କାତା ସୁନି ମନ୍ ବାଉଡାଆ; ଦେକା, ମୁଇଁ ତମର୍ ଉପ୍ରେ ମର୍ ଆତ୍ମା ଡାଲିଦେବି, ମର୍ ବାକିଅ ସବୁ ତମ୍କେ ଜାନାଇବି ।
ନର୍ଲକର୍ ସବୁ ବାଟ୍ ନିଜର୍ ଆଁକି ତେଇ ନିକ; ମାତର୍ ସବୁବେଲର୍ ମାପ୍ରୁ ଆତ୍ମାକେ ବିଚାର୍ କର୍ସି ।
ଆକାର୍ ବିନାସ ଅଇବା ମୁଆଁଟେ ରଇସି, ଆରି ବଡ୍ପନିଆ ଲକର୍ ମନ୍ ବିନାସ୍ ଅଇବା ମୁଆଁଟେ ରଇସି । ଆକାର୍ ଲକମନର୍ ସଙ୍ଗ୍ ଚର୍ବା ଜିନିସ୍ ବାଟା କର୍ବା ବାଦୁଲେ ନ ରଇଲା ଲକର୍ ପାରା ଅଇ ଚୁପ୍ ରଇବାଟା ନିମାନ୍ ।
ଜେ ଦାପ୍ରେ ରିସା ନ ଅଏ, ସେ ଜୁଇଦ୍ କାରିଆ ଟାନେଅନି ବଡ୍; ଆରି, ଜେ ନିଜର୍ ଆତ୍ମା ଉପ୍ରେ ସାସନ୍ କର୍ସି, ସେ ଦେସ୍ ଜିତ୍ଲା ଲକର୍ ଟାନେ ଅନି ନିମାନ୍ ।
ଲକ୍ମନର୍ ଆତ୍ମା ସବୁବେଲର୍ ମାପ୍ରୁର୍ ଉଜଲ୍, ସେଟା ମନ୍ବିତ୍ରର୍ ସବୁ ବିସୟ୍କେ ଦେକ୍ତେ ରଇସି ।
ସବୁବେଲର୍ ମାପ୍ରୁ ପର୍ମେସରର୍ ଆତ୍ମା ମର୍ ଲଗେ ବାସା ଅଇସି; କାଇକେ ବଇଲେ ଦରମ୍ ଲକ୍ମନର୍ ଲଗେ ସୁବ୍କବରର୍ କାତା ଜାନାଇବାକେ ସବୁବେଲର୍ ମାପ୍ରୁ ମକେ ଅବିସେକ୍ କରି ଆଚେ; ଦୁର୍ବଲ୍ ଅଇ ରଇବା ଲକ୍ମନ୍କେ ସଗତ୍ କର୍ବାକେ, ବନ୍ଦି ଲକ୍ମନର୍ ମୁକ୍ତି ଆରି ଜଇଲେ କାନାଇ ରଇଲା ଲକ୍ମନର୍ ପାଇଁ ବନ୍ଦି ଲଗେ ଅନି ମୁକ୍ଲାଇବା କାତା ଜାନାଇବାକେ;
Cuidar do espírito
Cria em mim um coração puro e renova dentro de mim um espírito reto. O espírito quebrantado Deus não rejeita.
ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
ତେବେ, ଆତ୍ମା ଚାଡିଗାଲେ ଲକ୍ମନର୍ ଗାଗଡ୍ ଜେନ୍ତିକି ମଲା ସମାନ୍, ସେନ୍ତାରିସେ ନିକ କାମ୍ ନ କଲେ, ବିସ୍ବାସ୍ ମିସା ମଲା ସମାନ୍ ଆଚେ ।
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
ପର୍ମେସରର୍ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍ ଆତ୍ମା ଆମ୍କେ ଦେଲାଆଚେ ।
ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !"
ତାର୍ପଚେ ସେମନ୍ ଦେକ୍ଲାଇ, କେତେଟା ଜଇଜିବ୍ ଉଦ୍ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍ବାସିମନ୍କେ ଚିଇଲା । ସେମନ୍ ସବୁଲକ୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲାଇ ଆରି ଆତ୍ମା ଦେଲା ବପୁ ଇସାବେ ନାଜାନ୍ଲା ବାସାମନର୍ ସଙ୍ଗ୍ କାତା ଅଇବାର୍ ଦାର୍ଲାଇ ।
ପର୍ତୁମେ ପର୍ମେସର୍ ସରଗ୍ ଆରି ପୁର୍ତିବି ତିଆର୍ କଲା। ପୁର୍ତିବିତେଇ କାଇଟା ମିସା ନ ରଇଲା, ଆରି ବେସି ପାନି ରଇକରି ଆନ୍ଦାର୍ ରଇଲା, ଆରି ପର୍ମେସର୍ର୍ ଆତ୍ମା ପାନି ଉପ୍ରେ ଚାରିବେଟ୍ତି ଉପ୍କି ବୁଲ୍ତେ ରଇଲା,
ସେ ସମଏଁ ରୁପାର୍ ମାଲି ଉଲ୍ଙ୍ଗା ଅଇଜାଇସି, ସୁନାର୍ ଗିନା ନସ୍ଟ ଅଇଜାଇସି, ମାଟିଆଣ୍ଡି ପାନି ଲଗେ ବଁଅଁଲି ଜାଇସି ଆରି କୁଇଁକାଲର୍ ପିଣ୍ଡିଲି ବସ୍ଲି ଜାଇସି; ଆରି ଆମର୍ ଗାଗଡ୍ ଆଗର୍ ପାରାସେ ଦୁଲି ଲଗେ ମିସି ଜାଇସି ଆରି ଆତ୍ମା ଦାତା ପର୍ମେସରର୍ ଲଗେ ଜିବନ୍ ବାଉଡି ଜାଇସି।
ସବୁର୍ ତେଇଅନି ଉପ୍ରର୍ ପର୍ମେସର୍ ମର୍ ଲଗେ ଜନ୍ଜନ୍ ଚିନ୍ ଆରି କାବା ଅଇଜିବା କାମ୍ କଲାଆଚେ, ସେଟା ମୁଇ ପର୍ଚାର୍ କର୍ବାକେ ମର୍ ମନ୍ ଅଇଲା। ତାର୍ ଚିନ୍ ସର୍ତେ କେନ୍ତାର୍ ମଅତ୍ ଆରି କାବା ଅଇବା କାମ୍ କେନ୍ତାର୍ ଚାରିବେଟ୍ତି ଡାବିଗାଲା ; ତାର୍ ରାଇଜ୍ ସାରାସାରି ଜାକ ରାଇଜ୍ ଆରି ତାର୍ ସାସନ୍ ପିଡିକେ ପିଡି ଲକ୍ମନର୍ ଉପ୍ରେ ଅ ।