2 ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟି ରଃୟ୍ଦ୍ ।
12 ସେବାକାରିମଃନ୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅଃଉଅତ୍ ଆର୍ ଅଃହ୍ଣା ମଃନ୍କାର୍ ହିଲାମଃନ୍କେ ଆର୍ ଗଃର୍ କୁଟୁମ୍କେ ନିକ କଃରି ଚାଲାଅତ୍ ।