7 ଅୟିଲେକ୍ ହେଁ ଅଃମିମଃନ୍ କ୍ରିସ୍ଟର୍ ପେରିତ୍ ଅୟି ଆଚୁ ବଃଲି ଅଃମିମଃନ୍ ତୁମାର୍ ତଃୟ୍ହୁଣି ମାନ୍ତି ହାଉଁକ୍ ଦାବି କଃରୁକେ ହାର୍ଲୁହୁଣି, ମଃତର୍ ଅଃମିମଃନ୍ ତୁମିମଃନାର୍ ଲଃଗେ ସୁସାର୍ ଅୟି, ଆୟ୍ସି ଜଃନ୍କଃରି ଅଃହ୍ଣାର୍ ହିଲାମଃନ୍କେ ଜଃତୁନ୍ କଃରେଦ୍, ତୁମାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ସେବାନ୍ୟା ତୁମାର୍ ସଃଙ୍ଗ୍ ଚାଲାଚାଲ୍ତି କଃରିରିଲୁ । 8 ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଆଚେ, ତଃବାର୍ଗିନେ ଅଃମିମଃନ୍ ତୁମିମଃନ୍କେ ଅଃବ୍କା ଇସ୍ୱରାର୍ ନିକ କବୁର୍ ନାୟ୍, ମଃତର୍ ନିଜାର୍ ନିଜାର୍ ଜିବନ୍ ହେଁ ଦେଉଁକ୍ ମଃନ୍ କଃରିରିଲୁ, କାୟିତାକ୍ବଃଲେକ୍ ତୁମିମଃନ୍ ଅଃମାର୍ ଲାଡାର୍ ଲକ୍ ଅୟ୍ରିଲାସ୍ ।
Publicidade