3 କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍, 4 ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ । 5 ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
Publicidade
Publicidade