1 କାୟିତାକ୍ବଃଲେକ୍ ଅଃମି ଜାଣିଆଚୁ, ଜୁୟି ତୁମ୍ ହର୍ ହୁର୍ତିବିର୍ ଗଃରେ ଅଃମି ଅଃବେ ବାସା କଃରୁଲୁ, ସେରି ନାସ୍ ଅୟ୍ଗଃଲେକ୍, ଇସ୍ୱର୍ ଅଃମିକ୍ ସଃର୍ଗେ ସଃବୁ ଦିନ୍ ରେତା ଗଃର୍ ଜାଗାୟ୍ ଦଃୟ୍ଦ୍ । ସେରି ମାନାୟ୍ ଆତେ ତିଆର୍ କଃଲାର୍ ନାୟ୍, ମଃତର୍ ସେରି ନିଜେ ଇସ୍ୱର୍ ତିଆର୍ କଃଲାର୍, ଜୁୟ୍ରି ସଃବୁ ଦିନ୍ ରଃୟ୍ଦ୍ ।