11 ତଃବେ ମାପୁର୍କେ ଡିର୍ତା କଃତା ଜାଣ୍ଲାକ୍ ଅଃମିମଃନ୍ ଲକ୍ମଃନ୍କେ ସିକାଉଁଲୁ, ମଃତର୍ ଅଃମିମଃନ୍ ଇସ୍ୱରାର୍ ଚଃମେ ନିକ କଃରି ଜାଣାୟି ଅୟି ଆଚୁ, ଆର୍ ତୁମିମଃନାର୍ ବାବ୍ନା ତଃୟ୍ ହେଁ ଜେ ନିକକଃରି ଜାଣାୟି ଅୟି ଆଚୁ, ଇରି ମୁୟ୍ଁ ଆସା କଃରୁଲେ । 12 ଅଃମିମଃନ୍ ଆରେକ୍ ଗଟ୍ତର୍ ତୁମାର୍ ଚଃମେ ନିଜାର୍ ଗୁଣ୍ଗିତ୍ ନଃକଉଁ, ମଃତର୍ ଜୁୟି ଲକ୍ମଃନ୍ ମଃନ୍ବିତ୍ରାର୍ କଃତାକ୍ ଗଃର୍ବ୍ ନଃକେରି ହଃଦାର୍ କଃତାୟ୍ ଗଃର୍ବ୍ କଃର୍ତି, ସେମଃନ୍କେ ଜଃନ୍କଃରି ଉତୁର୍ ଦେଉଁକ୍ ହାରାସ୍, ଇତାର୍ ଗିନେ ଅଃମିମଃନାର୍ ବାଟ୍ୟା ଗଃର୍ବ୍ କଃରୁକେ ତୁମିମଃନ୍କେ ବାଟ୍ ଦେଉଁଲୁ । 13 କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ନିର୍ବୁଦିଆ, ସେରି ଇସ୍ୱରାର୍ ଗିନେ, କି ଜଦି ଅଃମିମଃନ୍ ବୁଦିଆ, ସେରି ତୁମିମଃନାର୍ ଗିନେ । 14 କାୟିତାକ୍ବଃଲେକ୍ କ୍ରିସ୍ଟର୍ ଲାଡ୍ ଅଃମିମଃନ୍କେ ଆୟ୍ତ୍ କଃରି ଚାଲାଉଁଲି, ଜୁୟ୍ତାର୍ ଗିନେ ଅଃମିମଃନ୍ ଇ ବିଚାର୍ କଃରୁଲୁ ଜେ, ଏକ୍ଲା ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃରି ରିଲାକ୍ ସଃବୁ ଲକ୍ ମଃନାର୍ ବାଗିଦାରି ଅୟ୍ଲାୟ୍ । 15 ଆର୍ ସେ ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃଲା, ଜଃନ୍କଃରି ଜୁୟି ଲକ୍ମଃନ୍ ଜିବନ୍ ଆଚ୍ତି, ସେମଃନ୍ ଆର୍ ଅଃହ୍ଣା ଅଃହ୍ଣାର୍ ଗିନେ ଜିବନ୍ ନଃକାଟି, ଜେ ସେମଃନାର୍ ଗିନେ ମଃର୍ନ୍ ବୟଃଗ୍ କଃଲା ଆର୍ ଉଟ୍ଲା, ତାର୍ ଗିନେ ଜିବନ୍ କାଟ୍ତି ।
16 ତଃବେ ଆଜିହୁଣି ଅଃମିମଃନ୍ ଗଃଗାଳ୍ ହଃର୍କାରେ କାକେ ବିଚାର୍ ନଃକେରୁ, ଜଦି କ୍ରିସ୍ଟକେ ଗଃଗାଳ୍ ହଃର୍କାରେ ଅଃମିମଃନ୍ ବିଚାର୍ କଃରିରିଲୁ, ଅୟିଲେକ୍ ହେଁ ଅଃବେ ଆର୍ ତାକେ ସେ ହଃର୍କାରେ ବିଚାର୍ ନଃକେରୁ । 17 ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟିଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟିଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟିଆଚେ । 18 ମଃତର୍ ସଃବୁ କଃତା ଇସ୍ୱର୍ ତଃୟ୍ହୁଣି ଅୟିଆଚେ; ସେ କ୍ରିସ୍ଟର୍ ତଃୟ୍ ଅଃହ୍ଣାର୍ ସଃଙ୍ଗ୍ ଅଃମିମଃନ୍ ମିସାୟ୍ ଆଚେ ଆର୍ ସେ ମିସାୟ୍ଲା ତଃୟ୍ ସେବା କଃର୍ତା ହଃଦ୍ ଅଃମିମଃନ୍କେ ଦଃୟ୍ଆଚେ । 19 ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
20 ତଃବେ ଇସ୍ୱର୍ ଅଃମିମଃନ୍କେ କୁଦ୍ଲାର୍ ଗିନେ ଅଃମିମଃନ୍ କ୍ରିସ୍ଟର୍ ବାଟ୍ୟା ରଃଜାଦୁତାର୍ କାମ୍ କଃରୁଲୁ; କ୍ରିସ୍ଟର୍ ବାଟ୍ୟା ଅୟି ଅଃମିମଃନ୍ ଗଃଉଆରି କଃରୁଲୁ, ଇସ୍ୱର୍ ତୁମିକେ ସଃତ୍ରୁ ତଃୟ୍ହୁଣି ମାପ୍ରୁସାଦ୍ କଃରି ବାଦ୍ଲାଅ । 21 ଜାର୍ ତଃୟ୍ ହାହାର୍ ଚିନା କଃଣ୍ଡେକ୍ ନଃରିଲି, ତାକେ ସେ ଅଃମିମଃନାର୍ ଗିନେ ହାହାର୍ ହୁଜା ହର୍ କଃଲା, ଜଃନ୍କଃରି ଅଃମିମଃନ୍ ତାର୍ ଦଃୟି ଇସ୍ୱରାର୍ ଚଃମେ ଦଃର୍ମି ହର୍ ଅଃଉଁନ୍ଦ୍ ।