1 ନଃଉଆଁ ହୁର୍ତି ତଃୟ୍ କାଚ୍ ହର୍ ନିର୍ମୁଳ୍ ଜିବନ୍ ହାଣିର୍ ଗଟେକ୍ ଗାଡ୍ ଦୁତ୍ ମକ୍ ଦଃକାୟ୍ଲା । ଇ ଗାଡ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣେ ହୁଣି ବାରାୟ୍, 2 ଗଃଳାର୍ ମଃଜି ରଃସ୍ତା ବାଟ୍ ଅୟ୍ଜାତି ରିଲି । ଗାଡାର୍ ଦୁୟ୍ କଣ୍ଡି ବାଟ୍ ଜିବନ୍ ଗଃଚ୍ ଆଚେ । ସେରି ବଃର୍ସାର୍ ହଃତି ମାସେ, ହଃଳ୍ ହଃଳେଦ୍ ଆର୍ ଇତାର୍ ହଃତାର୍ ରଗ୍ ଉଜ୍ କଃର୍ତାର୍ ।
3 ଇସ୍ୱରାର୍ ସାୟ୍ପ୍ ହାୟ୍ଲାର୍ କାୟିରି ହେଁ ସେ ଗଃଳେ ଦଃକୁକ୍ ନଃମିଳେ । ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣ୍ ସେ ଗଃଳାର୍ ମଃଜାୟ୍ ରଃୟ୍ଦ୍ । ଆର୍ ସେତି ତାର୍ ସେବାକାରିମଃନ୍ ତାର୍ ଅଃର୍ଦନା କଃର୍ତି । 4 ସେମଃନ୍ ତାର୍ ମୁଁ ଦଃକ୍ତି ଆର୍ ସେମଃନାର୍ କାହାଳେ ତାର୍ ନାଉ ଲେକା ଅୟ୍ଦ୍ । 5 ସେତି ଆରେକ୍ ରାତି ନୟେ ଆର୍ କୁପି କି ବେଳ୍ ଉଜାଳ୍ ସେମଃନାର୍ ଆରେକ୍ ଲଳା ନାୟ୍, କାୟିତାକ୍ବଃଲେକ୍ ମାପୁର୍ ଇସ୍ୱର୍ ସେମଃନାର୍ ଉଜାଳ୍ ଅୟ୍ଦ୍ ଆର୍ ସେମଃନ୍ ରଃଜା ହର୍ ସଃବୁବଃଳ୍ ରାଇଜ୍ କଃର୍ତି ।