ସାର୍ଦି ମଣ୍ଡ୍ଳିକ୍ କବୁର୍
1 "ସାର୍ଦି ତଃୟ୍ ରିଲା ମଣ୍ଡ୍ଳିର୍ ଦୁତ୍କେ ଲେକ୍, ଜେ ଇସ୍ୱରାର୍ ସାତ୍ଗଟ୍ ଆତ୍ମା ଆର୍ ସାତ୍ଗଟ୍ ତାରା ଦଃରିଆଚେ, ସେ ଇରି କଃଉଁଲା, ମୁଁୟ୍ ତୁମାର୍ କାମ୍ ଜାଣି, ତୁମିମଃନ୍ ନାଉଁକ୍ ଜିବନ୍ ଆଚାସ୍, ମଃତର୍ ସଃତ୍ୟାକଃରି ମଃରି ଆଚାସ୍ । 2 ଜଃଗ୍ରାତ୍ ଅଃଉଆ, ଆରେକ୍ ଜାୟ୍ରି ଅଃବେ ଆଚେ, ନଃସ୍ଟ୍ ଅଃଉତା ଆଗ୍ତୁ ସେରି ବାଡାଉଆ; କାୟିତାକ୍ବଃଲେକ୍ ମୁଁୟ୍ ତୁମାର୍ ସଃବୁ କାମ୍କେ ଅଃମାର୍ ଇସ୍ୱରାର୍ ଚଃମେ ନିର୍ଦସି ବଃଲି ନଃଦେକି ।